Archita Sahu Instagram – ❤️🧿❤️

Archita Sahu Instagram - ❤️🧿❤️

Archita Sahu Instagram – ❤️🧿❤️ | Posted on 15/Jul/2023 21:19:59

Archita Sahu Instagram – My funniest airport look ever !!! I had to run to catch the last flight after attending a wedding function at home !!!! Such an awkward moment for me but managed with a jacket after landing 😅😎🥲☹️.
PS : Felt sad as I had to miss all the fun as Odia weddings are super exciting with relatives and friends. 

#workisworship #workhard #chennai  #bhubaneswar #chennaidiaries #shootdays Chennai International Airport
Archita Sahu Instagram – Heart warming gestures From Sald Pahadi Village. ଉତ୍ତରକାଶୀ ଜଗନ୍ନାଥ ମନ୍ଦିର ରୁ ଆସିଲା ଭାବବିହ୍ୱଳ କଲାଭଳି ଦୃଶ୍ୟ। ଖୁସିରେ  ଓଡ଼ିଶାବାସୀଙ୍କ ପାଇଁ ଜାଳିଲେ ଦୀପ ଓ ବିଶ୍ଵର ଜଗନ୍ନାଥ ଭକ୍ତଙ୍କ ମଙ୍ଗଳ ପାଇଁ କଲେ ପ୍ରାର୍ଥନା ଉତ୍ତରାକାଶୀ ର ଗୁପ୍ତ ଶ୍ରୀକ୍ଷେତ୍ର ବାସୀ। ଉତ୍ତରାଖଣ୍ଡ ଉତ୍ତରକାଶୀ ର ସାଲ୍ଡ ଗ୍ରାମ ରେ ଥିବା ଜଗନ୍ନାଥ ମନ୍ଦିର କୁ ନେଇ କିଛି ଦିନ ଦେବ ଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ଯେଉଁଭଳି ଚର୍ଚ୍ଚା ଓ ଆଲୋଚନା ତାହା ମନ୍ଦିର ପାଇଁ ଅନେକ ଶୁଭ ଖବର ଆଣିଦେଇଛି। କେହି କେବେ ଚିହ୍ନି ନଥିବା ଗାଁ ବିଷୟରେ ଆଜି ମହାପ୍ରଭୁଙ୍କ ପ୍ରାଚୀନ ମନ୍ଦିର ର ଖୋଜ୍ ପାଇଁ ସବୁଠି ଚର୍ଚ୍ଚା। ଏହି କଥାରେ ସ୍ଥାନୀୟ ପାହାଡି ନିରୀହ ଗ୍ରାମବାସୀ ଙ୍କ ମନରେ ଅନେକ ଆନନ୍ଦ ଓ ଉତ୍ସାହ ଆଣିଛି। ସେଇ ଖୁସିରେ ଆଜି ଗ୍ରାମବାସୀ ଏକାଠି ହୋଇ ଓଡ଼ିଶାବାସୀ ଓ ବିଶ୍ଵର କୋଣେ ଅନୁକୋଣେ ଥିବା ଜଗନ୍ନାଥ ଭକ୍ତଙ୍କୁ ତାଙ୍କ ଶୁଭକାମନା ପାଇଁ ଧନ୍ୟବାଦ୍ ଦେବାସହ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି। ଉତ୍ତରାଖଣ୍ଡ ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂ ଧାମି ଜୀ, ଆମ ଠାରୁ ଓ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଙ୍କ ଠାରୁ ଏହି ମନ୍ଦିର ବିଷୟରେ  ଜାଣିଲା ପରେ, ଉନ୍ନୟନ ନିମନ୍ତେ କରିଥିବା ଘୋଷଣା ପାଇଁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ୍ ଦେବାସହ ଏହି କାର୍ଯ୍ୟକୁ ଆଗେଇ ନେବାପାଇଁ ଏକ ବିରାଟ ମାଧ୍ୟମ ସାଜିଥିବା ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ସମ୍ବିତ ପାତ୍ର, ସ୍ଥାନୀୟ ବିଧାୟକ, ସ୍ଥାନୀୟ ସାଂସଦ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ଚେଷ୍ଟାକୁ ମଧ୍ୟ ସାଧୁବାଦ୍ ଜଣାଇଛନ୍ତି ଓ ସମସ୍ତଙ୍କ ମଙ୍ଗଳ ପାଇଁ ନିଜ କୂଳ ଦେବତା ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। 
ଗ୍ରାମର ବୟସ୍କ ବ୍ୟକ୍ତି ମାନେ ଏହି ଭଳି ଏକ ଦିନକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ବେଳେ ଆମ ଚେଷ୍ଟା ରାତାରାତି ଏମିତି ପ୍ରଭାବ କୁ ପ୍ରଭୁଙ୍କ ଆଶୀର୍ବାଦ ବୋଲି କହି ଆମକୁ ନିଜ ଗ୍ରାମର ଝିଅ ଓ ଜ୍ବାଇଁ ର ଆଖ୍ୟା ଦେବାସହ ଅନେକ ଆଶୀର୍ବାଦ ଦେଇଛନ୍ତି। ପ୍ରକୃତରେ ଏହି ସବୁ କଥା ଆମକୁ ଅନେକ ଆନନ୍ଦ ଦେଉଛି। ସବୁ ମହାପ୍ରଭୁଙ୍କ ଲୀଳା। ଜୟ ଜଗନ୍ନାଥ 🙏

@pushkarsinghdhami.uk @dpradhanbjp @sambitswaraj @jagannathtempleuttarkashi

Check out the latest gallery of Archita Sahu