Archita Sahu Instagram – ଆଜିର ଦିନ ମୋ ପାଇଁ ନିଶ୍ଚୟ ଏକ ଗୁରୁତ୍ୱପୂର୍ଣ୍ଣ ଦିନ କାରଣ ଆଜି ଆମ ଆଗାମୀ ଚଳଚ୍ଚିତ୍ର “ପାଦେ ଆକାଶ” ର ଟ୍ରେଲର୍ ରିଲିଜ୍ ହେଉଛି, ଯେଉଁ ସିନେମା ମୋ ପାଇଁ ଅତ୍ୟନ୍ତ ସ୍ଵତନ୍ତ୍ର l ପ୍ରଥମ ଥର ମୁଁ ଏମିତି ଏକ ଚଳଚ୍ଚିତ୍ର କରିବାକୁ ସୁଯୋଗ ପାଇଲି ଯାହାର କାହାଣୀ କାଳ୍ପନିକ ନୁହଁ , ବାସ୍ତବରେ କାହାର ସଂଘର୍ଷମୟ ଜୀବନୀ ଉପରେ ଆଧାରିତ ।
କିନ୍ତୁ ସେ ସଂଘର୍ଷ ଏତେ ସାଙ୍ଘାତିକଯେ କାଳ୍ପନିକ କାହାଣୀ ଠାରୁ ମଧ୍ୟ ଅଧିକ ଭୟଙ୍କର ।
ହେଲେ ସେଇ ଅସହ୍ୟ ସଂଘର୍ଷ ହିଁ ଆଜି ସଜାଡି ଦେଇଛି ଅନେକ ଅସଜଡା ଜୀବନ l
ଓଡିଶା ତଥା ଭାରତ ବର୍ଷର ଗର୍ବ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଡଃ ଶ୍ରୁତି ମହାପାତ୍ର ଙ୍କ ବ୍ୟକ୍ତିଗତ ଜୀବନ ଠାରୁ ଅନୁପ୍ରାଣିତ “ପାଦେ ଆକାଶ” l
ଆନ୍ତର୍ଜାତୀୟ ମହିଳା ଦିବସ ଠାରୁ ଭଲ ଦିନ ଆଉ ବା କଣ ହୋଇପାରେ ଏଇ ଚଳଚ୍ଚିତ୍ର ର ଟ୍ରେଲର୍ ରିଲିଜ୍ ପାଇଁ l
ସିନେମା ରିଲିଜ୍ ହେବ ଏପ୍ରିଲ 11 ରେ.
ଆଶା ନିଶ୍ଚୟ ଆପଣ ଆଶୀର୍ବାଦ କରିବେ ଏଇ ସାହସୀ ପାଦ ଦୁଇଟାକୁ ଯିଏ ଯିଏ ଅନେକ ଅସହାୟ ପାଦ ମାନଙ୍କୁ ସ୍ୱାଭିମାନ ସହ ବଞ୍ଚିବାପାଇଁ ରାସ୍ତା ଦେଖେଇବାର ଶକ୍ତି ରଖିଛିl
ଜୟ ଜଗନ୍ନାଥ 🙏 ଜୟ ମା 🙏 | Posted on 07/Mar/2025 20:44:11



